Sarami Akhi Odia Album New Dance Song Lyrics
by Satya Ranjan Bal song byAbinash Dash & Lopamudra Dash This is the best song of 2023. Music by Satya Ranjan Bal
ସରମି ତୋ ଦୁଇ ଆଖିରେ
କଜଳ ତୁ ଦେଲେ ମାଖିରେ
ମନ ଆକାଶେ ପ୍ରେମ ବାଦଲ ଘୋଟିଯାଏ
ଆଖ୍ ଆଗକୁ ମୋ ଆସି ତୁ
ମତେ ଚାହିଁଦେଲେ ହସି ତୁ
ହୃଦୟରେ ଲାଗେ ମୋ ଗୋଲାପ ଫୁଟିଯାଏ
ଦୁରକୁ ଗଲେ ତୁ ଘଡିଏ ପାଇଁ
ଲାଗେ ନା କିଛି ବି ଭଲ ଯେ କାଇଁ
କାରଣ ମୁ ପାଏନା
ପ୍ରେମ ପରା ଇଏ ବୁଝିକି ତୁ ପାରୁନା
ବୋଧେ ସବୁ ବୁଝି ମିଛେ କରୁ ବାହାନା(୨)
ସବୁ କଥା ତୋର ମିଠାଲାଗେ କାନକୁ
ସବୁ ଥର ତୋର ମୁହଁ ଛୁଏଁ ମନକୁ
ଯାହାକିଛି କଥା ତତେ କହିପାରିନି
ସେଇ କଥା ରାତିସାରା କୁହେ ଜହଁକୁ
ଆଇନା ଦେଖିଲେ ତୋ ମୁହଁ ଦିଶେ
ନିଶ୍ବାସ ନେଲେ ତୋ ମହକ ବାସେ
କାହିଁକି ଯେ କହନା
ପ୍ରେମ ପରା ଇଏ ବୁଝିକି ତୁ ପାରୁନା
ବୋଧେ ସବୁ ବୁଝି ମିଛେ କରୁ ବାହାନା(୨)
ସବୁ ଦିନ ତୋର ଭାବନାରୁ ଆରମ୍ଭ
ସବୁ ରାତି ତୋର ସପନରେ ସରୁଛି
ଜୁଆଡେ ବି ଯାଏ ଅବା ଯୁଆଡେ ବି ଚାହେଁ
ସବୁଠି ତତେ ମୁ ଅନୁଭବ କରୁଛି
ମନକୁ ଯେବେ ପଚାରେ ମୁ ଜାଣି
ନିଜର ଏତେଟା ତୁ ଲଗୁ କାଇଁ
ମନ କାହିଁ କୁହେନା
ପ୍ରେମ ପରା ଇଏ ବୁଝିକି ତୁ ପାରୁନା
ବୋଧେ ସବୁ ବୁଝି ମିଛେ କରୁ ବାହାନା(୨)
Sarami Akhi Song Details
📌 Song TitleSarami Akhi
✍️ LyricsSatya Ranjan Bal
🎼 MusicSatya Ranjan Ba
🏷️ Music LabelTarang Music
🎞️DirectorPapu Sahoo
🎤 SingerKuldeep Pattanaik & Ankita
